ଢ଼େଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ବାଞ୍ଛକୁସୁମ ନିକଟ କେନାଲରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ ବାଞ୍ଛକୁସୁମ ଗ୍ରାମର ଯୁବକ ବ୍ରହ୍ମାନନ୍ଦ ପ୍ରଧାନ ପ୍ରତିଦିନ ଭଳି ଆଜି ମଧ୍ୟ ଗ୍ରାମ ନିକଟ କେନାଲକୁ ଗାଧୋଇବା ପାଇଁ ଯାଇ ଆଉ ଫେରି ନଥିଲେ l ଗ୍ରାମର ଅନ୍ୟ କିଛି ଯୁବକ ପାଣିରେ ଭାସୁଥିବା ଦେଖି ଉଦ୍ଧାର କରିଥିଲେ।ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ।ଏହାକୁ ନେଇ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।