ଝାରସୁଗୁଡା: କୋଲାବିରା ଥାନା ଅନ୍ତର୍ଗତ ସୋଡାମାଲ ପଂଚାୟତ ଛକ ନିକଟରେ ଦୁର୍ଘଟଣା
ଝାରସୁଗୁଡା ଜିଲ୍ଲା କୋଲାବିରା ଥାନା ଅନ୍ତର୍ଗତ ସୋଡାମାଲ ପଂଚାୟତ ଛକ ନିକଟରେ ଦୁର୍ଘଟଣା l ଭାରୀଯାନ କୁ ପଛପଟୁ ଧକ୍କା ଦେଇ ୩ ଜଣ ଆହତ ହୋଇଛନ୍ତି l ଆଜି ଶନିବାର ପୂର୍ବାହ୍ନରେ ସୋଡ଼ାମାଳ ନିକଟରେ ଏହି ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଆହତ ହୋଇଥିବା ଯୁବକମାନେ ଲାଇକେରା ଥାନା ବାଙ୍କେ ଗାଁ ର ଡମ୍ବରୁଧର ବୁଦୁଲା, ଶିଶିର ବୁଦୁଲା ଏବଂ ଯଶୋବନ୍ତ ବୁଦୁଲା ବୋଲି ଜଣାପଡିଛି l ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ ସମସ୍ତ ଆହତ ଙ୍କୁ କୋଲାବିରା ହସ୍ପିଟାଲ କୁ ପଠାଇଥିବାବେଳେ ଡମ୍ବରୁଧର ବୁଦୁଲା ଙ୍କୁ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି l