ନୂଆପଡା: ନୂଆପଡ଼ା ଜିଲ୍ଲାରେ ବିଭିନ୍ନ ସହରରେ ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜା ଅନୁଷ୍ଠିତ
ନୂଆପଡ଼ା ଜିଲ୍ଲାର ବିଭିନ୍ନ ସହରରେ ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜା ଆଜି ୫ ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି। ବିଶେଷ କରି ନିର୍ମାଣ ଦାୟିତ୍ୱରେ ଥିବା ସରକାରୀ ବିଭାଗ କାର୍ଯ୍ୟାଳୟରେ ବିଶ୍ଵକର୍ମାଙ୍କ ପୂଜା ଅନୁଷ୍ଠିତ ହୋଇଥିବା ବେଳେ ଖଡିଆଳ ଗୃହ ପୂର୍ତ୍ତ ନିର୍ମାଣ, ଗ୍ରାମ୍ୟ ଉନ୍ନୟନ, ନଗର ଉନ୍ନୟନ, ଖଡିଆଳ ଆଇଟିଆଇ, ବିଶ୍ଵକର୍ମା ଟ୍ରଷ୍ଟ ପକ୍ଷରୁ ଆମ୍ବେଦକର ଛକ ଠାରେ ପୂଜା ଅନୁଷ୍ଠିତ ହୋଇଯାଇଛି। ସେହିପରି ଖଡିଆଳ ଚାଲାକ୍ ସଂଘ, ଖଡିଆଳ ଜୟନ୍ତ ସୋରୁମ୍, ସମସ୍ତ ଗେରେଜରେ ବିଶ୍ଵକର୍ମାଙ୍କ ପୂଜା ଅନୁଷ୍ଠିତ ହୋଇଛି।