ଝାରସୁଗୁଡା: ଅତାବିରା ସାହୁପଡା ଗାଁ ରେ ବୃଦ୍ଧାଙ୍କୁ ହତ୍ୟା ଓ ଡକାୟତି ଘଟଣାରେ ଆଜି ସକାଳୁ ପୋଲିସର ଛାନଭିନ
ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଅତାବିରା ସାହୁପଡା ଗାଁ ରେ ଘରେ ପଶି ଜଣେ ବୃଦ୍ଧାଙ୍କୁ ହତ୍ୟା ଓ ଡାକୟତି ଘଟଣାରେ ଆଜି ସକାଳୁ ପୋଲିସ ର ଛାନଭିନ l ଆଜି ସକାଳୁ ଅତାବିରା କୁ ରେଙ୍ଗାଲି ପୋଲିସ, ଡଗ ସ୍କୁଆଡ଼, ଫରେନସିକ ଟିମ ପହଁଚି ଅପରାହ୍ନ ପ୍ରାୟ ୨ ଟା ଯାଏଁ ବିଭିନ୍ନ ଦିଗ ଉପରେ ତଦନ୍ତ କରିଛନ୍ତି l ମୃତ ବୃଦ୍ଧା ଲୋପାମୁଦ୍ରା ସାହୁ ଙ୍କ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଛି ପୋଲିସ l ସୂଚନା ଅନୁଯାୟୀ ଗତକାଲି ବୃଦ୍ଧା ଲୋପାମୁଦ୍ରା ଘରେ ଏକା ଥିବାବେଳେ କିଛି ଦୁର୍ବୁତ୍ତ ତାଙ୍କୁ ହତ୍ୟା କରି ଘରୁ ସୁନା ଗହଣା, ରୁପା, ଏବଂ ଟଙ୍କା ଲୁଟି ନେଇଛନ୍ତି l