ଡାବୁଗାଁ: ସିନ୍ଧିଗୁଡା ନିକଟରେ ସାର ଟ୍ରକ ଡକାୟତି, 2 ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ
ପାପଡାହାଣ୍ଡି ବ୍ଲକ ସିନ୍ଧିଗୁଡା ନିକରେ ରବିବାର ବିଳମ୍ବିତ ରାତ୍ରରେ ଏକ ସାର ଗାଡି ଲୁଟ ଘଟଣାରେ ମଇଦଲପୁର ପୋଲିସ 2ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣକ ଫେରାର ରହିଛି | ଗିରଫ ଅଭିଯୁକ୍ତ ମାନେ ହେଲେ ତୁଳସୀ ହରିଜନ ଓ ନିମନ୍ତ ପାଙ୍ଗି | ଫେରାର ଅଭିଯୁକ୍ତ ହେଲେ ପ୍ରଭାସ ବେସରା | ଟ୍ରକରେ ସାର ଲୋଡ଼ ହୋଇ ତୁମ୍ବର୍ଲା ରୁ ଉମରକୋଟ ଯିବାକୁ ବାହାରିଥିଲା | ତିନି ଜଣ ଅଭିଯୁକ୍ତ ଗାଡି ଅଟକାଇ ଡ୍ରାଇଭରକୁ ଆକ୍ରମଣ କରିଥିଲେ | ଏହି ସମୟରେ ମଇଦଲପୁର ପୋଲିସ ପେଟ୍ରୋଲିଙ୍ଗ କରିବା ସମୟରେ 2ଅଭିଯୁକ୍ତ ଧରାପଡ଼ିଥିଲେ | ଏ ନେଇ ଥାନାରେ କେସ ନମ୍ବର 117/25ରେ ମାମଲା ରୁଜୁ କରିଛି |