ସୋର: ଛତରା ଗ୍ରାମରେ ବ୍ୟାଟେରୀ ଚୋରି ଘଟଣାରେ ୩ ଜଣଙ୍କୁ ଗିରଫ କଲା ସୋର ପୁଲିସ
Soro, Balasore | Nov 3, 2025 ସୋର ଥାନା ମାଣିପୁର ପଞ୍ଚାୟତ ଛତରା ଗ୍ରାମରେ ସ୍ଥାନୀୟ ଲୋକେ ରବିବାର ଦିନ ଜଣେ ଚୋରକୁ ଧରି ପୁଲିସକୁ ହସ୍ତାନ୍ତର କରିଥିବା ବେଳେ ପୁଲିସ ୩ ଜଣ ଚୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଗ୍ରାମର ପ୍ରହଲ୍ଲାଦ ତ୍ରିପାଠୀଙ୍କ ଘର ସମ୍ମୁଖରେ ଥିବା ଏକ ଟାଟା ଏସି ଗାଡିରୁ ବ୍ୟାଟେରୀ ଚୋରି ହୋଇଥିବା ବେଳେ ଶନିବାର ରାତିରେ ତାଙ୍କ ଦୋକାନରୁ କିଛି ଦୁର୍ବୁତ ଚୋରି ଉଦ୍ୟମ କରୁଥିଲେ। ଏହି ସମୟରେ ସ୍ଥନୀୟ ଲୋକେ ଜଣେ ଚୋରକୁ କାବୁ କରିଥିବା ବେଳେ ଅନ୍ୟମାନେ ଖସି ପଳାଇଯାଇଥିଲେ।ତାକୁ ଗ୍ରାମବାସୀମାନେ ସୋର ପୁଲିସକୁ ହସ୍ତାନ୍ତର କରିବା ସହିତ ପ୍ରହଲ୍ଲାଦ ଥାନାରେ ଅଭିଯୋଗ କରିଥିଲେ।