ଝାରସୁଗୁଡା ସ୍ଥିତ ବିର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଆଜି ବନ୍ଦେ ମାତରମ ପ୍ରଦର୍ଶନୀ ଉଦ୍ଘାଟିତ ହୋଇଯାଇଛି। ଆଜି ସନ୍ଧ୍ୟା ଛଅଟା ସମୟରେ ଆୟୋଜିତ କାର୍ଯ୍ୟକ୍ରମରେ ଝାରସୁଗୁଡା ବିମାନ ବନ୍ଦର ନିର୍ଦେଶକ ଏହି ବନ୍ଦେ ମାତରମ ପ୍ରଦର୍ଶନୀ କୁ ଉଦ୍ଘାଟନ କରିଥିଲେ। ଏହି ପ୍ରଦର୍ଶନ ବିମାନ ବନ୍ଦରର ସମସ୍ତ ଯାତ୍ରୀ ମାନଙ୍କ ପାଇଁ ଖୋଲା ରହିଛି। ଏହି ବନ୍ଦେ ମାତରମ ପ୍ରଦର୍ଶନୀ ରେ ଭାରତର ସ୍ବାଧୀନତା ସଂଗ୍ରାମର ଗାଥା ସମେତ ଭାରତର କଲା ସଂସ୍କୃତିକୁ ପ୍ରଦର୍ଶନ କରାଯାଉଛି। ବିମାନ ଯାତ୍ରୀ ଙ୍କ ପାଇଁ ଏହି ପ୍ରଦର୍ଶନି ଖୋଲା ରହିଥିବା ବେଲେ ଏହା ଦ୍ବାରା ଯାତ୍ରୀ ମାନେ ଅନେକ ଜିନିଷ ଜାଣିପାରିବେ।