ଖଲ୍ଲିକୋଟ୍: ପୁରୁଷୋତ୍ତମପୁର ଏନଏସି ଆଦର୍ଶ ଶ୍ମଶାନ ପରିସରରେ ଏକ ପେଡ ମା' କେ ନାମ୍ ୨.୦ କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗଦେଲେ ଆସ୍କା ସାଂସଦ
ପୁରୁଷୋତ୍ତମପୁର ଏନଏସି ଆଦର୍ଶ ଶ୍ମଶାନ ପରିସରରେ ଆଜି ଦିନ ୧୧ ଟା ସମୟରେ ଏନଏସି ପକ୍ଷରୁ ଏକ ପେଡ ମା' କେ ନାମ୍ ୨.୦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆସ୍କା ସାଂସଦ ଅନିତା ଶୁଭଦର୍ଶୀନି ଯୋଗଦେଇ ଆଦର୍ଶ ଶ୍ମଶାନ ପରିସରରେ ଚାରା ରୋପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।