ବଡସାହି: ମଙ୍ଗଗଡିଆ ଗାଁରେ କ୍ଷେତକୁ ଚାଷକାମ ଦେଖିବାକୁ ଯାଇଥିବା ଚାଷୀଙ୍କ ବଜ୍ରାଘାତରେ ଶୋଚନୀୟ ମୃତ୍ୟୁ, ବୁଧବାର ହେବ ଶଵ ବ୍ୟବଚ୍ଛେଦ
ବଡସାହି ଥାନା ଅଧୀନ ପ୍ରତାପପୁର ପଞ୍ଚାୟତର ମଙ୍ଗଗଡିଆ ଗ୍ରାମରେ ଜନୈକ ଚାଷୀ କ୍ଷେତକୁ ଯାଇଥିବା ବେଳେ ମଙ୍ଗଳବାର ଅପରାହ୍ନ ସାଢେ ପାଞ୍ଚଟାରେ ବଜ୍ରାଘାତର ଶୀକାର ହୋଇ ମୃତ୍ୟୁବରଣ କରିଛନ୍ତି l ମୃତ ଚାଷୀ ଜଣକ ହେଉଛନ୍ତି ସେହି ମଙ୍ଗଗଡିଆ ଗ୍ରାମରଘନିରାମ ମୁର୍ମୁଙ୍କ ୪୫ବର୍ଷୀୟ ପୁଅ ଲସ ମୁର୍ମୁ l ଲସ ମଙ୍ଗଳବାର ଅପରାହ୍ନରେ କ୍ଷେତକୁ ଚାଷକାମ ଦେଖିବାକୁ ଯାଇଥିବାବେଳେ ବଜ୍ରାଘାତର ଶୀକାର ହୋଇ ଟଳି ପଡ଼ିଥିଲେ l