ଝାରସୁଗୁଡା: ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଝାରସୁଗୁଡ଼ା ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଇନ୍ଦିରା ଗାନ୍ଧୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ
ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଝାରସୁଗୁଡ଼ା ପକ୍ଷରୁ ଆଜି ଦିନ ବାରଟା ସମୟରେ ଏକ ସଚେତନତା କାର୍ଯ୍ୟକ୍ରମ ବ୍ରଜରାଜନଗର ସ୍ଥିତ ଇନ୍ଦିରା ଗାନ୍ଧୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ସୋସିଆଲ ମିଡ଼ିଆ ବ୍ୟବହାର ରେ ସୁରକ୍ଷା, ସାଇବର ଆଇନ୍, ପୋକ୍ସୋ ଆକ୍ଟ ଏବଂ ନାଳସା ର ଯୌନ ନିର୍ଯାତନା ଓ ଅନ୍ୟ ଅପରାଧ ରେ ପୀଡିତା ମହିଳାମାନଙ୍କ ପାଇଁ ଥିବା କ୍ଷତି ପୂରଣ ଯୋଜନା ସମ୍ପର୍କରେ ଏହି ସଚେତନତା କାର୍ଯ୍ୟକ୍ରମରେ ବିଶଦ ଭାବରେ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ସ୍ଥାୟୀ ଲୋକ ଅଦାଲତ (ଜନ ଉପଯୋଗୀ ସେବା) ର ଅଧ୍ୟକ୍ଷ ଅଶ୍ୱିନୀ କୁମାର ନାୟକ, ଜିଲ୍ଲା ଆଇନ୍ ସେବା