ଧରାକୋଟ: ଅପହରଣ ନାବାଳିକା କୁ ଉଧାରକରି ପରିବାର ଲୋକ କୁ ହସ୍ତାନ୍ତର କଲା ପାଟପୁର ପୋଲିସ
ନିଜ ଘରକୁ ଫେରିଲେ ନାବାଳିକା l ଅପହରଣ ନାବାଳିକା କୁ ପରିବାର ଲୋକ ଙ୍କୁ ହସ୍ତାନ୍ତର କଲା ପୋଲିସ l ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ପାଟପୁର ଥାନା ଅଧିନ ଗୋଟିଏ ଗ୍ରାମରୁ କିଛି ଦିନ ପୂର୍ବେ ଜଣେ ନାବାଳିକା ଅପହରଣ ହୋଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା l ଅଭିଯୋଗ କୁ ଭିତିକରି ପୋଲିସ ଥାନା କେସ ନଂ 500 / 25 ରେ ଏକ ମାମଲା ରୁଜୁକରି ବିଭିନ୍ନ ସ୍ଥାନରେ ରେଡ କରିଥିଲା l ବହୁ ସ୍ଥନାରେ ଚଢ଼ାଉ ପରେ ପୋଲିସ ଅପହରଣ ନାବାଳିକା କୁ ଉଧାର କରିବା ସହ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି l