ଝାରସୁଗୁଡା: କଁଟାପାଲି ବାଲି ଘାଟରୁ ବେଆଇନ ବାଲି ଉତ୍ତୋଳନ ବିରୋଧରେ କାର୍ଯାନୁଷ୍ଠାନ ନେବା ପାଇଁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
ଝାରସୁଗୁଡା ଜିଲ୍ଲା କଁଟାପାଲି ବାଲି ଘାଟରୁ ବେଆଇନ ବାଲି ଉତ୍ତୋଳନ ବିରୋଧରେ କାର୍ଯାନୁଷ୍ଠାନ ନେବା ପାଇଁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲେ ଲୋକେ l ଝାରସୁଗୁଡା ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟକୁ ଆଜି ପୂର୍ବାହ୍ନ ପ୍ରାୟ ୧୧ ଟା ରେ ଏକାଧିକ ବ୍ୟକ୍ତି ଯାଇ ଉପଜିଲ୍ଲାପାଳ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି l କଁଟାପାଲି ବାଲି ଘାଟରୁ ଵେଆଇନ ଭାବରେ ହେଉଥିବା ବାଲି ଉତ୍ତୋଳନ କୁ ବନ୍ଦ କରିବା ସହ ବାଲି ମାଫିଆ ଙ୍କ ବିରୋଧ ରେ କାର୍ଯାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି l