ଡାବୁଗାଁ: ଜଟାବାଲ ପଂଚାୟତ ହାଇସ୍କୁଲ ଠାରେ ଜୋନାଲ ସ୍ତରୀୟ ଦୌଡ଼ ଓ ଖେଳ କୁଦ ପ୍ରତିଯୋଗିତା ଅନୁଷ୍ଠିତ
ପାପଡାହାଣ୍ଡି ବ୍ଲକ ଜଟାବାଲ ପଂଚାୟତ ହାଇସ୍କୁଲ ଠାରେ ଜୋନାଲ ସ୍ତରୀୟ ଦୌଡ ଓ ଖେଳକୁଦ ପ୍ରତିଯୋଗୀତା ଆଜି ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧକ୍ଷ ମୋତିରାମ ନାୟକ, ଶେଖ ଅଜୀର ହୁସେନ, ସୀତାଂଶୁ ଶେଖର ବେହେରା ପ୍ରମୁଖ ଯୋଗଦେଇଥିଲେ | ଏଥିରେ ୧୪ ବର୍ଷରୁ କମ ଓ ୧୭ ବର୍ଷରୁ କମ ବାଳିକା ଓ ବାଳକ ବିଭାଗରେ ୧୦୦, ୨୦୦, ୪୦୦ ମିଟର ଦୌଡ,ଉଚ୍ଚ ଡିଆଁ, ଲମ୍ବ ଡିଆଁ,ସଟ ଫୁଟ,ଡିସକସ ଥ୍ରୋ ଖେଳାଯାଇ ୧ମ,୨ୟ ଓ ୩ୟ ହୋଇଥିବା ପ୍ରତିଯୋଗୀ ମାନେ ବ୍ଲକ ସ୍ତରୀୟ ପ୍ରତିଯୋଗୀତାରେ ଭାଗ ନେବେ | ୧୭ ବର୍ଷରୁ କମ ଖୋଖୋ,ଭଲିବଲ, ହ୍ୟାଣ୍ଡ ବଲ, ଫୁଟବଲ ଓ କ୍ରିକେଟ ହୋଇଥିଲା