ଦେବଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବିକାଶ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରୀୟ ଗୀତ ‘ବନ୍ଦେ ମାତରମ’ ୧୫୦ ବର୍ଷ ପୂର୍ତ୍ତି ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନଷ୍ଠିତ ହୋଇଯାଇଛି। ଆଜି ସନ୍ଧ୍ୟା ୬ ଟାରେ ଉକ୍ତ ବୈଠକ ଅନୁଷ୍ଠିତ ହୋଇଥିବା ଜଣାପଡିଛି । ଆସନ୍ତା ନଭେମ୍ବର ୭ ତାରିଖ ଦିନ ୧୦ ଟାରେ ଜିଲ୍ଲାପାଳଙ୍କ କାର୍ୟ୍ୟଳୟ ସମେତ ସମସ୍ତ ବ୍ଲକ, ତହସିଲ, ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଠାରେ ବନ୍ଦେ ମାତରମ ରାଷ୍ଟ୍ରୀୟ ଗୀତ ୧୫୦ ବର୍ଷ ପୂର୍ତ୍ତି ପାଳନ କରାଯିବ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିଷ୍ପତି ଅନୁଯାୟୀ ପାଳନ କରାଯାଉଛି।