ଉମରକୋଟ: କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଉମରକୋଟ ଶ୍ରୀ ଜଗନ୍ନାଥ ମନ୍ଦିର ରେ ଶ୍ରଦ୍ଧାଳୁ ଏକତ୍ରିତ
ତା -୦୫. ୧୧. ୨୦୨୫ ରିଖ ସ୍ଥାନ -ଉମରକୋଟ ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ଉମରକୋଟ ଶ୍ରୀ ଜଗନ୍ନାଥ ମନ୍ଦିର ପରିସର ଭକ୍ତି ଭାବରେ ଭରି ଯାଇଥିଲା। ସକାଳୁ ସକାଳୁ ହଜାର ହଜାର ଭକ୍ତ ଡ଼ଙ୍ଗା ଭସାଇ ମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ କରିଥିଲେ। ଶ୍ରଦ୍ଧାଳୁ ଜଳଦିପ ଜାଳି ଡ଼ଙ୍ଗା ଭସାଇ ନିଜ ମନୋକାମନା ପୂରଣ ପାଇଁ ପ୍ରାର୍ଥନା କରିଥିଲେ। ମନ୍ଦିର ପରିସର ଭିତରେ ଓ ବାହାରେ ଭକ୍ତମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ସମଗ୍ର ପରିବେଶ “ରାଧେ କୃଷ୍ଣ” ଓ “ରାମ ନାମ” ର ଧ୍ୱନିରେ ଗୁଞ୍ଜରିତ ହୋଇ ଥିଲା। ଭକ୍ତମାନେ ଭକ୍ତି ଭାବରେ ଭଜନ କୀର୍ତନ କରି ଶ୍ରୀଜୀଉଙ୍କ ଚରଣରେ ନମନ କରୁଥିଲ