ଆନନ୍ଦପୁର: ଫାଇନ ଆଦାୟକୁ ନେଇ ସୋସୋ କଲେଜ ସମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
ବେଆଇନ ଭାବେ ଫାଇନ ଆଦାୟକୁ ନେଇ ସୋସୋ ଯୁକ୍ତ ୩ ଡିଗ୍ରୀ କଲେଜ ସମୁଖରେ ଛାତ୍ରଛାତ୍ରୀ ମାନେ ଧାରଣା ରେ ବସିଛନ୍ତି। ସେମିଷ୍ଟାର ପରିକ୍ଷା ପାଇଁ ଫର୍ମ ଫିଲପ ବେଳେ କିଛି ଛାତ୍ରଛାତ୍ରୀ ଙ୍କ ଠାରୁ ବେଆଇନ ଭାବେ କଲେଜ କର୍ତ୍ତୃପକ୍ଷ ହଜାରେ ଟଙ୍କା ଲେଖାଏଁ ଫାଇନ ଆଦାୟ କରୁଛନ୍ତି। ଶତକଡା ୭୫ ପରସେଣ୍ଟ ଉପସ୍ଥାନ ନଥିବା ହେତୁ ଏହି ଜୋରିମାନା ଆଦାୟ କରାଯାଉ ଥିବା କଲେଜ କର୍ତ୍ତୃପକ୍ଷ କହୁଥିବା ବେଳେ କୌଣସି ରସିଦ ଦେଉ ନଥିବାରୁ ଛାତ୍ରଛାତ୍ରୀ ଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇବା ସହ ଛାତ୍ରଛାତ୍ରୀ ମାନେ ଦିନ୧୨ଟାରୁ ତିନିଟା ପର୍ଯ୍ୟନ୍ତ ଧାରଣା ଦେଇଥିଲେ।