ଗତ କାଲି ରାତିରେ ଗେଡ଼ମା ପଞ୍ଚାୟତ ଜଳସରପୁର ଗ୍ରାମର କିଛି ଚାନ୍ଦା ଅଦାୟକାରି ବ୍ୟକ୍ତିଙ୍କ ଦ୍ଵାରା ଗେଡ଼ମା ଜାବିନିପୁର ଆର ଡି ବିଭାଗ ରାସ୍ତାକୁ ମେସିନ ସାହାଯ୍ୟରେ ଖୋଳିଦେବା ଦ୍ଵାରା ଗେଡମା ଓ ଆଇତିପୁର ଦୁଇ ପଞ୍ଚାୟତକୁ ଗମନା ଗମନ ଠପ ହୋଇଯାଇଛି। ଏହାକୁ ନେଇ ଆଜି ଦିନ ୨ଟା ବେଳେ ପଞ୍ଚାୟତବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଅନେକ ଯୁବକ ସେଠାକୁ ଯାଇ ପ୍ରତିବାଦ କରିଛନ୍ତି।