ଦେବଗଡ ରିଜର୍ଭ ପୋଲିସ ପଡିଆରେ ଆଜି ୬୩ ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ଗୃହରକ୍ଷୀ ବାହିନୀ ପକ୍ଷରୁ ମିଳିତ ପ୍ୟାରେଡ ଅନୁଷ୍ଠିତ ହୋଇଥିଲା । ଦେବଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅନିଲ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଜି ସକାଳ ୯ ଟାରେ ଅଭିବାଦନ ଗ୍ରହଣ କରିଥିଲେ । ଏଥିସହ ରାଷ୍ଟ୍ରପତି, ଗୃହମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ପୋଲିସ ଏବଂ ଅଗ୍ନିଶମ ଡିଜିଙ୍କ ବାର୍ତା ପଠନ କରିଥିଲେ । ଆଜିର ଦିନରେ ହୃହରକ୍ଷୀ ବଳ ଗଠନ କରାଯାଇଥିଲା ।