ସାଇ କଲ୍ୟାଣ ମଣ୍ଡପରେ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ ସ୍ଥାନୀୟ ସାଇ କଲ୍ୟାଣ ମଣ୍ଡପରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ ହେଇଯାଇଛି ଏହି କାର୍ଯ୍ୟକ୍ରମ ରେ ଅତିଥି ରୂପେ ଉପଜିଲ୍ଲାପାଳ ଶ୍ରୀ ପ୍ରକାଶ ମିଶ୍ର, ଏସ୍ଡପିଓ ଶ୍ରୀ କୃଷ୍ଣ ଭତରା ବରିଷ୍ଠ ସମାଜ ସେବୀ ଶ୍ରୀ ଜଗନ୍ନାଥ ମହାପାତ୍ର, ଆଶାକିରଣ ର ଅଧକ୍ଷ ଶ୍ରୀ ଜଗନ୍ନାଥ ବେହେରା,ପ୍ରମୁଖ ଉପସ୍ଥିତ ଥିଲେ, ଡ଼ିଏସଏସୋ ଶ୍ରୀ ସୁଧାଂଶୁ ପାତ୍ର ସମସ୍ତ କାର୍ଯ୍ୟକ୍ରମ ର ଆୟୋଜନ ଏବଂ ପରିଚାଳନା କରିଥିବା ବେଳେ, ଭିନ୍ନକ୍ଷମ ସଂଗଠନ ଗୁଡିକର ନେତୃ ମଣ୍ଡଳୀ ଏବଂ ସଦସ୍ୟ ମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ