ଓରିଏଣ୍ଟ: ଅଟଳ କ୍ଲବ ପକ୍ଷରୁ ୩୪ତମ ପ୍ରଥମାଷ୍ଟମୀ ଫୁଟବଲ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିନ ଖେଳ ଅନୁଷ୍ଠିତ, ବନ୍ଧବାହାଲ ଦଳର ସେମିଫାଇନାଲକୁ ପ୍ରବେଶ
ଝାରସୁଗୁଡା ଜିଲ୍ଲା ରାଜପୁର ଠାରେ ଆୟୋଜିତ ହେଉଛି ପାଞ୍ଚଦିବସିୟ ୩୪ତମ ପ୍ରଥମାଷ୍ଟମୀ ଫୁଟବଲ ଟୁର୍ଣ୍ଣାମେଣ୍ଟ। ତେବେ ଆଜି ଚତୁର୍ଥ ଦିନ ଖେଳ ଅନୁଷ୍ଠିତ ହୋଇଥିବା ବେଳେ ଆଜି ଅପରାହ୍ନ ଚାରିଟା ସମୟରେ ଆୟୋଜିତ ଖେଳରେ ବିଜୟୀ ହୋଇ ସେମିଫାଇନାଲ କୁ ପ୍ରବେଶ କରିଛି ଅଙ୍କିତ ଇଲେଭେନ ବନ୍ଧବାହାଲ ଦଳ। ଆସନ୍ତାକାଲି ସେମିଫାଇନାଲ ଓ ଫାଇନାଲ ଖେଳ ଅନୁଷ୍ଠିତ ହେବ। ତେବେ ଅଟଳ କ୍ଲବ ରାଜପୁର ପକ୍ଷରୁ ରାଜପୁର ଖେଳ ପଡିଆରେ ଏହି ଫୁଟବଲ ପ୍ରତିଯୋଗିତା ଆୟୋଜିତ ହେଉଛି। ଅଟଳ କ୍ଲବ ରାଜପୁର ପକ୍ଷରୁ ଆୟୋଜିତ ହେଉଥିବା ୩୪ତମ ପ୍ରଥମାଷ୍ଟମୀ ଫୁଟବଲ ଟୁର୍ଣ୍ଣାମେଣ୍ଟର ଅସନ୍ତାକାଲି ଫାଇନାଲ୍ ଖେଳ ଅନୁଷ୍ଠିତ