ଖଲ୍ଲିକୋଟ୍: ମା" ତାରାତାରିଣୀ ଙ୍କ ପୀଠରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ସ୍ବତନ୍ତ୍ର ପୂଜାର୍ଚ୍ଚନା କଲେ ମନ୍ଦିର ସେବାୟତ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ମନ୍ଦିରରେ ଆଜି ଦିନ ସାଢ଼େ ୧୧ ଟା ସମୟରେ ମନ୍ଦିର ସେବୟତ ମାନଙ୍କ ପକ୍ଷରୁ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଫୋଟଚିତ୍ରକୁ ମା’ଙ୍କ ନିକଟରେ ରଖି ଶୁଭମନାସି ଅଖଣ୍ଡ ଦୀପ ସହ ଫୁଲ, ଧୂପ, ଦେଇ ମା’ ଙ୍କୁ ପୂଜାର୍ଚ୍ଚନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୀର୍ଘାୟୁ ଓ ନିରୋଗ କାମନା କରିବା ସହ ଦେଶର ଉନ୍ନତିରେ ଏଭଳି ସହଭାଗିତା ବଜାୟ ରହୁ ବୋଲି କାମନା କରିଛନ୍ତି ।