ଛତ୍ରପୁର: ମୁନିଷିପେଣ୍ଠ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରରେ ବିଶ୍ଵ ଏଡସ ଦିବସ ପାଳିତ
ଛତ୍ରପୁର ବ୍ଲକ ମୁନିଷିପେଣ୍ଠ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରରେ ଡ଼ାକ୍ତର ସ୍ଵାଧୀନ ରଥଙ୍କ ପୌରହିତ୍ୟରେ ଯକ୍ଷ୍ମା ରୋଗୀଙ୍କୁ ଖାଦ୍ୟ ବଣ୍ଟନ ସହ ବିଶ୍ଵ ଏଡସ ଦିବସ ପାଳିତ ହୋଇଯାଇଛି। "ବିଘଟଣ ରୁ ବାହାରକୁ ବାହାରି ଏଡସ ରୋଗକୁ ତୁରନ୍ତ ସେବା ସହଯୋଗ ଯୋଗେଇ ଦେବାର ଲକ୍ଷ୍ୟକୁ ଅନୁସରଣ କରି ଆଜି ଉକ୍ତ କାର୍ଯ୍ୟକ୍ରମ ପାଳିତ ହୋଇଥିଲା। ସୋମବାର ପୂର୍ବାହ୍ନରେ ଏହି କାର୍ଯ୍ୟକ୍ରମରେ ୫୦ ଗୋଟି ପୋଷଣ ଯୁକ୍ତ ଖାଦ୍ୟ ଟିବି ରୋଗୀ ଙ୍କୁ ବଣ୍ଟନ କରାଯାଇଛି।