ଲାଞ୍ଜିଗଡ: ଥୁଆମୁଳ ରାମପୁର ବ୍ଲକ୍ ପରିସରରେ ଲକ୍ଷ୍ମୀ ବସ୍ ଧକ୍କାରେ ଭାଙ୍ଗିଲା ବ୍ଲକ୍ ପାଚେରୀ
ବୁଧବାର ଭୋର ସମୟରେ ଥୁଆମୁଳ ରାମପୁର ବ୍ଲକ୍ ପରିସରରେ ଥିବା ଏକ ଅଚଳ ଲକ୍ଷ୍ମୀ ବସ୍ କୁ ଡ୍ରାଇଭର ଷ୍ଟାର୍ଟ କରିବା ପାଇଁ କିଛି ଲୋକଙ୍କ ସହାୟତାରେ ଠେଲୁଥିଲେ। ବସର ବ୍ରେକ ଫେଲ ଯୋଗୁଁ ବସଟି ଗଡିଯାଇ ବ୍ଲକ୍ ପାଚେରୀରେ ଧକ୍କା ହେଇଥିଲା। ଫଳରେ ପାଚେରୀ ଭାଙ୍ଗି ଯିବା ସହ ପାଚେରୀ ର ଅନ୍ୟ ପାଖରେ ଥିବା ଜନୈକ ବ୍ୟକ୍ତିଙ୍କ ଘର ପର୍ଯ୍ୟନ୍ତ ଇଟା ପଥର ରହି ପଡିଥିଲା।