କାର୍ତିକ ମାସରେ ଆଜି ପଞ୍ଚୁକ ଉପଲକ୍ଷେ ଝାରସୁଗୁଡା ଜିଲ୍ଲା ସାଗରପାଲି ରାମ ମନ୍ଦିରରେ ଅହରାତ୍ର କୀର୍ତ୍ତନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି l କାର୍ତିକ ମାସ ସାରା ସାଗରପାଲି ଗ୍ରାମବାସୀ ରାମ ମନ୍ଦିରେ କୀର୍ତ୍ତନ କରୁଥିବାବେଳେ ଆଜି ରାତି ୭ ଟା ରୁ ଏହି ଅହରାତ୍ର କୀର୍ତ୍ତନ ଆରମ୍ଭ କରିଛନ୍ତି l ପାଞ୍ଚଦିନ ଯାଏଁ ଗ୍ରାମବାସୀ ପଞ୍ଚୁକ ବ୍ରତ ପାଳନ କରିବା ସହ ସମସ୍ତେ ମିଳିମିଶି ନାମ କୀର୍ତ୍ତନ୍ୟ କରିବେ l ଏହାପରେ କାର୍ତିକ ପୁର୍ଣିମା ଦିନ ନଗର ଭ୍ରମଣ ସହ ପଞ୍ଚୁକ ବ୍ରତ ସମାପନ କରିଵେ l