କବିସୂର୍ଯ୍ୟନଗର: ମଠ ବରିଡାରେ ଝାମୁ ଯାତ୍ରା ଅନୁଷ୍ଠିତ
ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ ଏସ. ଛଚିନା ପଂଚାୟତ ମଠ ବରିଡା ଗ୍ରାମରେ ଗୁରୁବାର ଦିନ ମା ଜାଡି ମହୁଲି ଙ୍କ ଝାମୁ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ କାର୍ତିକ ମାସ ସାରା ମା ଙ୍କ ନିକଟରେ ପୂଜା ଅର୍ଚନା ସହ ପ୍ରତ୍ୟେକ ମଙ୍ଗଳବାର ଓ ସଂକ୍ରାନ୍ତି ରେ କୋଠି ଶାଳ ଯାତ୍ରା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । କାର୍ତିକ ମାସ ଶେଷ ଛାଡ ଖାଇ ଦିନ ଝାମୁ ଯାତ୍ରା ଅନୁଷ୍ଠିତ ହୋଇଛି । ଏହି ଯାତ୍ରା ଦିନ ମା ଜାଡି ମହୁଲି ଙ୍କ ନିକଟରେ ଯାହା ମାନସିକ ରଖି ଝାମୁ ଯାତ୍ରାରେ ସାମିଲ ହେଲେ ମାନସିକ ପୂରଣ ହୋଇଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି ।