ଜୁନାଗଡ଼ ବ୍ଲକ ମାଇଭର ଖୁଡୁପଡା ରେ ଦୀପାବଳି ଦିନ ବାଣ ଫୁଟାଉଥିବା ବେଳେ ଅଘଟଣ ଘଟିଥିଲା। ଗ୍ରାମର ସୁଶାନ୍ତ ମାଝୀ ଙ୍କ ପୁଅ ହିତେଶ ମାଝୀ ବାଣ ଫୁଟାଉଥିବା ବେଳେ ବାଣ ଫୁଟି ମୁହଁ ଓ ହାତ ଜଳି ଯାଇଥିଲା। ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବା ଖବର ପାଇ ପୀଡିତ ପରିବାର ପାଖକୁ ଯାଇ ସହଯୋଗ ର ହାତ ବଢ଼ାଇଲା ପଣ୍ଡରା ମାଳି ସମାଜ ର କର୍ମକର୍ତ୍ତା।