ତଲସରା: କୁତ୍ରା ସରକାରୀ ଆଇଟିଆଇ ପ୍ରାଙ୍ଗଣରେ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗ ଦେଲେ ବିଡ଼ିଓ
ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ସରକାରୀ ଆଇଟିଆଇ ପ୍ରାଙ୍ଗଣରେ ଆଜି ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ କୁତ୍ରା ବିଡ଼ିଓ ଗୋପୀନାଥ ଖାଖା ମୁଖ୍ୟ ଅତିଥି ଭାବ ରେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମ ରେ ମୁଖ୍ୟ ବକ୍ତା ଭାବେ କୁତ୍ରା ବ୍ଳକ ଅଧ୍ୟକ୍ଷା ଶାନ୍ତିଲତା ଲାକ୍ରା ଅଂଶଗ୍ରହଣ କରିଥିଲେ।