ରାଜଗାଙ୍ଗପୁର: କାଠଫାଳରେ ପଟି ଝିଅ ମାରିଦେଲା ବାପାକୁ ମା ଗୁରୁତର ଆହତ
ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ଥାନା ଅନ୍ତର୍ଗତ ଭୋଗରା ଗ୍ରାମ ରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ମାନସିକ ବିକୃତି ରହିଥିବା ଝିଅ ତୁଳସି ମାଝୀ ଙ୍କର କାଠ ଫାଳିଆ ଆକ୍ରମଣ ରେ ବାପା ମିଶ୍ର ଲାକ୍ରା ଙ୍କର ମୃତ୍ୟୁ ଘଟିଛି।ମା ଫୁଲ ମାଝୀ ଗୁରୁତର ଆହତ ହୋଇ ରାଉରକେଲା ସ୍ଥିତ ଜୟପ୍ରକାଶ ନାରାୟଣ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି। କୁତ୍ରା ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ତେବେ ହତ୍ୟାକାରୀ ଝିଅ ଘଟଣା ସ୍ଥଳରୁ ଫେରାର ହୋଇଯାଇଥବା ପ୍ରକାଶ।