ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ତାଳସର ଠାରେ କୁମାର ପୂର୍ଣ୍ଣିମା ଉପଲକ୍ଷେ ଶ୍ରୀ ଶ୍ରୀ ଦୁର୍ଗା ମାଧବ ଯୁବ ନାଟ୍ୟ ସଂସଦ ଦ୍ୱାରା ଆୟୋଜିତ ହୋଇଥିବା ଏହି ନାଟକକୁ ବୁଧବାର ରାତ୍ର 9 ଘଣ୍ଟ ସମୟରେ ଶୁଭ ଉଦଘାଟନ କରିଛନ୍ତି କୋଦଳା ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ। ମୁଖ୍ୟ ବକ୍ତା ଭାବେ ବ୍ଲକ ଅଧକ୍ଷା ପ୍ରତିନିଧି ବିଜୟ କୁମାର ଦୋରା ଅଙ୍ଗାରଗାଁ ମଣ୍ଡଳ ସଭାପତି ରାଜେନ୍ଦ୍ର ଭୂୟାଁ, ବିଜେପି ପର୍ଯ୍ୟବେକ୍ଷକ ପ୍ରତିନିଧି କିଶୋର ଚନ୍ଦ୍ର ପରିଡା, ତାଳସର ସରପଞ୍ଚ ମୁକୁନ୍ଦ ମାଧବ ସ୍ୱାଇଁ, ସମିତି ସଭ୍ୟ ମାଧବ ରାଉତ, ଜିଲ୍ଲା ଉପସଭାପତି ରବୀନ୍ଦ୍ର ମିସ୍ତ୍ରୀ ଉପସ୍ଥିତ ଥିଲେ ।