ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ବଲାଙ୍ଗୀର ଶିବତଲା ହର-ଗୌରୀ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖାଦେଇଥିଲା। ଏହି ଦିନ ଦେବଦୀପାବଳି ବୋଲି ପରିଚିତ ହୋଇଥିବାରୁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଭକ୍ତ ମଣ୍ଡଳୀ ଆସି ଶ୍ରୀ ଶିବ ଓ ମାତା ଗୌରୀଙ୍କ ଦର୍ଶନ ଓ ପୂଜା ଅର୍ଚ୍ଚନା କରିଛନ୍ତି। ସକାଳ ଠାରୁ ମନ୍ଦିର ପରିସର ଭକ୍ତଙ୍କ ଭିଡ଼ରେ ପରିପୂର୍ଣ୍ଣ ହୋଇଯାଇଛି। ଭଜନ, ଓ ଧାର୍ମିକ ସଙ୍ଗୀତର ସୁରରେ ପୂରା ଅଞ୍ଚଳ ଭକ୍ତି ମୟ ହୋଇ ଯାଇଛି ହୋଇଯାଇଛି। ଭକ୍ତମାନେ ଦୀପ ପ୍ରଜ୍ୱଳନ କରି ନଦୀ ଘାଟରେ ପାପ ମୋଚନ ସ୍ନାନ କରିଥିଲେ।