ଝରିଗାଁ: ଧାନ ଓ ମକା ର ଉଚିତ୍ ମୂଲ୍ୟ ପାଇଁ ରାଜ ରାସ୍ତାରେ ଚାଷୀ
Date -05.12.2025 Place -Umerkote ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଝରିଗାଁ କୃଷକ ମହାସଂଘ ପକ୍ଷ ରୁ ଆଜି ଶତାଧିକ ଚାଷୀ ଏକତ୍ରିତ ହୋଇ ହନୁମାନ ଛକ ଠାରୁ ଏକ ରାଲି ବାହାରି ଝରିଗାଁ ବ୍ଲକ କାର୍ଯ୍ୟାଳୟ ରେ ପହଞ୍ଚି ଝରିଗାଁ ବିଡିଓ ଙ୍କୁ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଉଦେଶ୍ୟ ରେ ଏକ ସାତ ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ରାଲିରେ ମକା ଏବଂ ଧାନ ର ଉଚିତ ମୂଲ୍ୟ ଦେବା ପାଇଁ ଚାଷୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ମକା ମଣ୍ଡିର ବ୍ୟବସ୍ଥା ଓ ମକା ର ଉପଯୁକ୍ତ ମୂଲ୍ୟ ରେ କ୍ରୟ, ଧାନ ମଣ୍ଡିରେ ପ୍ରତି ଏକର କୁ 13କ୍ୟୁଣ୍ଟାଲ ବଦଳ ରେ 20 କ୍ୟୁଣ୍ଟାଲ କରିବା,