କବିସୂର୍ଯ୍ୟନଗର: ଗୁଡ଼ିଆଳି ଛକ ନିକଟରେ ଯାତ୍ରୀବାହୀ ବସ ଧକ୍କାରେ ବୃଦ୍ଧ ମୃତ୍ୟୁ ରେଡ଼କ୍ରସ ପାଣ୍ଠିରୁ ୩୦ହଜାର ଟଙ୍କା ପ୍ରଦାନ କଲେ କବିସୂର୍ଯ୍ୟନଗର ବ୍ଲକ ବିଡ଼ିଓ
ଯାତ୍ରୀବାହୀ ବସ ଧକ୍କା ରେ ବୃଦ୍ଧ ମୃତ୍ୟୁ ଘଟଣା ରେ ରେଡ଼କ୍ରସ ପାଣ୍ଠି ରୁ ୩୦ହଜାର ଟଙ୍କା ପ୍ରଦାନ କଲେ କବିସୂର୍ଯ୍ୟନଗର ବିଡ଼ିଓ.. ଯାହା ସୂଚନା ରହିଛି ଆଜି ସକାଳେ କବିସୂର୍ଯ୍ୟନଗର ଥାନା ଗୁଡ଼ିଆଳି ଛକ ରେ ବ୍ୟବସାୟ କରି ଜୀବିକା ନିର୍ବାହ କରୁଥିବା ୭୫ ବର୍ଷୀୟ ମକରା ଭୂୟାଁ ମିନି ବସ ମାଡିଯାଇ ମୃତ୍ୟୁ ବରଣ କରିବା ପରେ କବିସୂର୍ଯ୍ୟନଗର ପୋଲିସ ଗାଡି ଜବତ କରି ତଦନ୍ତ ଚଳାଇଥିବା ବେଳେ ଜିଲ୍ଲାପାଳଙ୍କ ଆଦେଶ କ୍ରମେ ସନ୍ଧ୍ୟା ରେ କବିସୂର୍ଯ୍ୟନଗର ବିଡ଼ିଓ ମୃତକ ଙ୍କ ଘରେ ପହଞ୍ଚି ଝିଅ ଲଳିତା ଭୂୟାଁ ଙ୍କୁ ରେଡ଼କ୍ରସ ପାଣ୍ଠିରୁ ୩୦ହଜାର ଟଙ୍କା ପ୍ରଦାନ କରିଛନ୍ତି.