କବିସୂର୍ଯ୍ୟନଗର: କବିସୂର୍ଯ୍ୟନଗର ସହର ନଟବର କଲୋନୀ ରାସ୍ତାରୁ ନବଜାତ ଶିଶୁ କନ୍ୟା ର ମୃତଦେହ ଉଧାର l ମୃତଦେହ କୁ କୁକୁର ଝୁଣି ଖାଉଥିବା ଦେଖିବାକୁ ମିଳିଛି
ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା l ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସହର ନଟବର କଲୋନୀ ରାସ୍ତାରୁ ଗୋଟିଏ ନବଜାତ ଶିଶୁ କନ୍ୟା ର କ୍ଷତାକ୍ତ ମୃତଦେହ ଉଧାର ହୋଇଛି l ସହର ର ବିଇଓ ଅଫିସ ପାଖ ବୁଦାରୁ ମୃତଦେହ ଟିକୁ ଧରି କୁକୁର ଯାଉଥିବା ଲୋକେ ଦେଖିଥିଲେ l କୁକୁର ଟି ରାସ୍ତା ଉପରେ ରଖି କୁକୁର ଝୁଣି ଖାଉଥିବା ଦେଖି ଲୋକେ ପାଟି କରିବାରୁ ଶିଶୁ କନ୍ୟା ର ମୃତଦେହ କୁ ଛାଡି କୁକୁର ଚାଲିଯାଇଥିବା ବେଳେ ମୃତ ଶିଶୁ ର କୌଣସି ପରିଚୟ ମିଳିପାରନାହଁ