କବିସୂର୍ଯ୍ୟନଗର: ଶ୍ରଦ୍ଧା ପୁର ଗ୍ରାମରେ ପୋଖରୀରେ ବୁଡି ବୃଦ୍ଧ ଙ୍କ ମୃତ୍ୟୁ
ବେଗୁନିଆପଡା ଥାନା ଅନ୍ତର୍ଗତ ବଡ଼ ଖଇର ଖମା ପଂଚାୟତ ଶ୍ରଦ୍ଧାପୂର ଗ୍ରାମର ନଟିଆ ଗୌଡ଼ ଙ୍କ ପୁଅ ନାଲୁ ଗୌଡ଼ (66)ଙ୍କ ପୋଖରୀରେ ବୁଡି ମୃତ୍ୟୁ ଘଟିଥିବା ଦେଖିବାକୁ ମିଳିଛି । ରବିବାର ଦିନ ମୃତକ ନାଲୁ ଗ୍ରାମ ନିକଟସ୍ଥ ଦାଣ୍ଡ ବନ୍ଧରେ ମରି ପଡ଼ିଥିବା କିଛି ଲୋକ ଦେଖିବା ପରେ ତୁରନ୍ତ ତାଙ୍କ ଘର ଲୋକଙ୍କୁ ଖବର ଦେଇଥିଲେ । ମୃତକ ଭୋର ସମୟରେ ଗାଧୋଇଵା ପାଇଁ ଉକ୍ତ ବନ୍ଧକୁ ଯାଇଥିଲେ । ହେଲେ କିଛି ସମୟ ପରେ ନାଲୁ ବନ୍ଧ ଭିତରେ ଭାସୁ ଥିବା ଦେଖିବାକୁ ମିଳିଥିଲା । ଘଟଣା ସ୍ଥଳରେ ବେଗୁନିଆପଡା ଥାନା ଅଧିକାରୀ ଭଗବାନ ପୂଜାରୀ ଙ୍କ ନିର୍ଦେଶ କ୍ରମେ ପୋଲିସ ପହଞ୍ଚି ତଦନ୍ତ ଜାରୀ ରଖିଛି ।