ଚମ୍ପୁଆ: କିରିବୁରୁ-ବରାଇବୁରୁ ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ବାଇକ ଠାବ
କେନ୍ଦୁଝର ଜିଲ୍ଲା ସୀମାନ୍ତ କିରିବୁରୁ-ବରାଇବୁରୁ ରାସ୍ତାରେ ଆଜି ସ୍ଥାନୀୟ ଯୁବକଙ୍କ ଦ୍ଵାରା ଏକ ଦୁର୍ଘଟଣାଗ୍ରସ୍ତ ବାଇକ ଠାବ ହୋଇଛି। ଏହି ବାଇକ ରାସ୍ତା କଡରେ ପଡି ରହିଥିବା ବେଳେ ଘଟଣା ସ୍ଥଳରେ କେହି ନ ଥିଲେ। ଯାହା ଫଳରେ ଫଳରେ ମୃତାହତଙ୍କ ସମ୍ପର୍କରେ ସୂଚନା ମିଳି ପାରି ନାହିଁ।