ମାଟି ହେଉଛି ଈଶ୍ବରଙ୍କର ଏକ ଅମୂଲ୍ଯ ବରଦାନ, ଯାହା ଜୀବଜଗତ ସୃଷ୍ଟିର ମୂକସାକ୍ଷୀ ଏବଂ ମାନବ ସଭ୍ଯତାର ଅଗ୍ରଗତି ସହ ଗଭୀର ଭାବରେ ସଂଶ୍ଳିଷ୍ଟ । ମାଟି ସହିତ ଜଙ୍ଗଲ, ଜୈବବିବିଧତା, ସଂସ୍କୃତି, କୃଷି ଏବଂ ଜୀବନଜୀବିକାର ସମ୍ପର୍କ ଅତି ନିବିଡ ଓ ପରସ୍ପର ନିର୍ଭରଶୀଳ । ମାଟିର ଉପଯୁକ୍ତ ସୁରକ୍ଷା ଓ ଚିରସ୍ଥାୟୀ ପରିଚାଳନା ଦ୍ବାରା ଆମ ପରବର୍ତ୍ତୀ ପିଢୀ ପାଇଁ ଏକ ସୁସ୍ଥ ଏବଂ ସ୍ଥାୟୀ ପରିସଂସ୍ଥା ସମ୍ଭବ ବୋଲି ଆଜିର “ବିଶ୍ବ ମୃତ୍ତିକା ଦିବସ” ପାଳନ ଅବସରରେ ଅତିଥିମାନେ ମତ ପ୍ରକାଶ କରିଛନ୍ତି । ସାମାଜିକ ଅନୁଷ୍ଠାନ ପ୍ରକୃତି ପରିବେଶ ଓ ବନ୍ଯଜୀବନ ସମିତି ଉଦ୍ଯମରେ ଟାଇଁସି ଉଚ୍ଚ ମାଧ୍ଯମିକ