ଓଡିଆ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ରାଉରକେଲା କୋଏଲ ନଗରର କୋଏଲ କ୍ଲବ ତରଫରୁ ବୋଇତ ବନ୍ଦାଣ ଉତ୍ସବ ବୈକୁଣ୍ଠ ଘାଟରେ ମହାସମାରୋହରେ ପାଳନ କରାଯାଇଛି ।ବୁଧବାର ସକାଳେ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଓ ସାଧବ ପୁଅ ବେଶରେ ଅତିଥି ମାନେ ସଜେଇ ହୋଇ କାଏଲ ନଦୀରେ ବୋଇତ ଭସାଇଥିଲେ ।