କବିସୂର୍ଯ୍ୟନଗର: ଅଙ୍ଗାରଗାଁରେ ଯାତ୍ରା ବେଳେ ଯୁବକଙ୍କ ଉନ୍ମତକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଦୁଇ ଜଣ
ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ ଅଙ୍ଗାରଗାଁ ରେ କାର୍ତିକ ପୂର୍ଣ୍ଣିମା ଉପଲକ୍ଷେ ଯାତ୍ରା ଚାଲିଥିଲା । ଅନେକ ଦର୍ଶକ ଯାତ୍ରା ଦେଖୁଥିଲେ । ଏହି ସମୟରେ ଏହି ଗ୍ରାମର ଭାସ୍କର ସ୍ୱାଇଁ ଙ୍କ ପୁଅ ମହେଶ୍ୱର ସ୍ୱାଇଁ ଦୁଇଟି ଭୁଜାଲି ଧରି ଯାତ୍ରା ନିକଟରେ ଉନ୍ମାତକାଣ୍ଡ କରିଥିଲା । ପ୍ରଥମେ ଗୋଟିଏ ଭୁଜାଲି ଏହି ଗ୍ରାମର ସନ୍ତୋଷ କୁମାର ଜେନା ନକୁ ଲକ୍ଷ କରି ଫିଙ୍ଗି ଥିଲେ, ସନ୍ତୋଷ ଘୁଂଚି ଯିବା ଫଳରେ ଭୁଜାଲି ଟି ଏକ କାନ୍ଥ ରେ ବାଜିଥିଲା । ଏହା ପରେ ଅନ୍ୟ ଏକ ଭୁଜାଲି ବିଷ୍ଣୁ ପ୍ରସାଦ ସାହୁ ଙ୍କ ଉପରକୁ ଫିଙ୍ଗି ଥିଲା, ଏହି ଭୁଜାଲିଟି ଗୋଟିଏ ମୋଟର ସାଇକେଲ ଉପରେ ବାଜି ଥିଲା।