ଢେଙ୍କାନାଳ ଜିଲ୍ଲାରେ ୪୧୬ ଜଣ ଗ୍ରାମରକ୍ଷୀମାନେ ବିଭିନ୍ନ ଫାଣ୍ଡି ଅଞ୍ଚଳରେ କାମକରୁଛନ୍ତି । ମାସିକ ୧୮ ଶହ ଟଙ୍କା ସ୍ଵଳ୍ପ ପାରିଶ୍ରାମିକରେ କାର୍ଯ୍ୟ କରୁଥିଲେ ସୁଧା ତାହା ଠିକ୍ ସେ ମିଳିପାରୁ ନାହିଁ। ଗତ ୩ ମାସ ହେବ ଦରମା ପାଇ ନ ଥିବାରୁ ଆଜି ମଧ୍ୟାହ୍ନ ୧ଟା ବେଳେ ଏସପିଙ୍କ କାର୍ଯ୍ୟାଳୟଠାରେ ପହଞ୍ଚି ଏକ ଦାବିପତ୍ର ପ୍ରଦାନ କରିଛନ୍ତି।