ସଦର: ଭବାନୀପାଟଣା ଅମଲା ଭବନ ଠାରେ କଳାହାଣ୍ଡି ଜିଲ୍ଲା ଭାରତୀୟ ମଜଦୁର ସଂଘ ପକ୍ଷରୁ ରାଷ୍ଟ୍ରୀୟ ଶ୍ରମିକ ଦିବସ ପାଳନ
୧୭ ସେପ୍ଟେମ୍ବର ବିଶ୍ୱ କାରୀଗର ବିଶ୍ଵକର୍ମାଙ୍କ ଜନ୍ମ ଜୟନ୍ତୀ । ଏହି ଦିନକୁ ଭାରତୀୟ ମଜଦୁର ସଂଘ ପକ୍ଷରୁ ସମଗ୍ର ଦେଶରେ ରାଷ୍ଟ୍ରୀୟ ଶ୍ରମିକ ଦିବସ ରୂପେ ପାଳନ କରାଯାଉଛି। ଆଜି ବୁଧବାର କଳାହାଣ୍ଡି ଜିଲ୍ଲା ଭାରତୀୟ ମଜଦୁର ସଂଘ ପକ୍ଷରୁ ଭବାନୀପାଟଣା ଅମଲା ଭବନ ଠାରେ ରାଷ୍ଟ୍ରୀୟ ଶ୍ରମିକ ଦିବସ ମହାସମାରୋହରେ ପାଳନ କରାଯାଇଛି।