ଡାବୁଗାଁ ବ୍ଲକ ମିଶନ ଶକ୍ତି ଗୃହ ଠାରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଏବଂ ୱାନ ଷ୍ଟପ ସେଣ୍ଟର୍ ମିଳିତ ଭାବରେ ଅନ୍ତର୍ଜାତୀୟ ଲିଙ୍ଗ ଭିତ୍ତିକ ଓ ମହିଳା ବିରୋଧି ହିଂସା ପକ୍ଷ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଦ୍ରୌପଦୀ କଂହର 16 ଦିନିଆ କାର୍ଯ୍ୟକ୍ରମର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ବିଷୟରେ ବିବରଣୀ ପ୍ରଦାନ କରିଥିଲେ | ଜିଲ୍ଲାପାଳ ମହେଶ୍ୱର ସ୍ୱାଇଁ ବାଳିକା ଏବଂ ମହିଳା ମାନଙ୍କ ପ୍ରତି ଘଟି ଆସିଥିବା ବିଭିନ୍ନ ପ୍ରକାର ହିଂସା ଦୂରୀକରଣ ନିମନ୍ତେ ଏହା ଏକ ସ୍ୱାଗତ ଯୋଗ୍ୟ ବୋଲି କହିଥିଲେ |