କବିସୂର୍ଯ୍ୟନଗର: କୋଦଳା ଥାନାରେ ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମ ଗାନ
ରାଜ୍ୟ ସ୍ତରୀୟ ରାଷ୍ଟ୍ର ଗୀତ ବନ୍ଦେ ମାତରଂ ର 150 ତମ ପୂର୍ତ୍ତ ଉପଲକ୍ଷେ କୋଦଳା ଥାନାରେ ସାମୁହିକ ଏହି ଗୀତ ଗାନ କରାଯାଇଛି । ବନ୍ଦେ ମାତରମ୍ କେବଳ ଗୀତ ନୁହେଁ, ଏହା ରାଷ୍ଟ୍ରପ୍ରେମ, ତ୍ୟାଗ ଓ ରାଷ୍ଟ୍ରପ୍ରତି ସମର୍ପଣ ଭାବର ପ୍ରତୀକ। ଶୁକ୍ରବାର ସାରା ଭାରତର ଲୋକ, କାଶ୍ମୀରରୁ କନ୍ୟା କୁମାରୀ ପର୍ଯ୍ୟନ୍ତ, ବନ୍ଦେ ମାତରମ୍କୁ ସାମୁହିକ ଭାବେ ଗାନ କରିବାର ପ୍ରଭାବ ଖୁବ୍ ସୁଦୂରପ୍ରସାରୀ । ଏହା ଦ୍ୱାରା ଜାତୀୟତା ଭାବ ଜାଗ୍ରତ ହେବ। ଆଗାମୀ ଦିନରେ ଏହା ରାଷ୍ଟ୍ରବାଦକୁ ଏକ ନୂଆ ସଂଜ୍ଞା ଦେବାରେ ସଫଳ ହେବ ବୋଲି ଥାନା ଅଧିକାରୀ ସୁବାଷ ଚନ୍ଦ୍ର ବେହେରା କହିଛନ୍ତି ।