ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଚାକିରୀ ପ୍ରତିଶ୍ରୁତି ଦେଇ ଠକେଇ ଅଭିଯୋଗରେ ନୟାପଲ୍ଲୀ ଓ ଖଣ୍ଡଗିରି ଅଂଚଳରୁ ୩ ଅଭିଯୁକ୍ତ ଙ୍କୁ ବାନ୍ଧିଲା ଏୟାରପୋର୍ଟ ଥାନା ପୋଲିସ
ଅଭିଯୁକ୍ତ ପତିତପବନ ପତି ତାଙ୍କ ସହଯୋଗୀ ପବିତ୍ର ମୋହନ ବେହେରାଙ୍କ ମାଧ୍ୟମରେ ଚାକିରି ଯୋଗାଇବାର ପ୍ରତିଶ୍ରୁତି ଦେଇ ଅଭିଯୋଗକାରୀଙ୍କ ଠାରୁ ୫ ଲକ୍ଷ ଟଙ୍କା ଏବଂ ଶିକ୍ଷାଗତ ପ୍ରମାଣପତ୍ର ନେଇଥିଲେ। କିନ୍ତୁ ଚାକିରି ବ୍ୟବସ୍ଥା କରାଯାଇ ନଥିଲା କିମ୍ବା ଟଙ୍କା ଏବଂ ପ୍ରମାଣପତ୍ର ଫେରସ୍ତ କରାଯାଇ ନଥିଲା, ଯାହା ଦ୍ୱାରା ଅଭିଯୋଗକାରୀଙ୍କୁ ପ୍ରତାରଣା କରାଯାଇଥିବାରୁ ସେ ଏନେଇ ଥାନାରେ ଅଭିଯୋଗ ଦାଖଲ କରିଥିଲେ। ତଦନ୍ତ ସମୟରେ ଆଜି ମିଳିଥିବା ବିଶ୍ଵସ୍ତ ସୂଚନା ଆଧାରରେ ଖଣ୍ଡଗିରି ଓ ନୟାପଲ୍ଲୀ ଅଂଚଳ ରୁ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି |