ଧରାକୋଟ: ମୁଣ୍ଡମରାଇ ଗ୍ରାମ ବିଶ୍ରlମଗାରରେ ପ୍ରସବ କଲେ ମାନସିକ ବିକୃତ ମହିଳା, ନବଜାତ ସନ୍ତାନକୁ କୁଆ ଖୁମ୍ପିଥିବା ବେଳେ ଶିଶୁ ମୃତ, ମହିଳା ଗୁରୁତର
ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ମୁଣ୍ଡମରେଇ ଗ୍ରାମରେ ଅଭାବନୀୟ ଓ ସଭ୍ୟ ସମାଜ ପାଇଁ ନିନ୍ଦିତ କଲାଭଳି ଘଟଣା ଦେଖିବାକୁ ମିଳିଛି l ମାନସିକ ବିକାର ଗ୍ରସ୍ତ ଗର୍ଭବତୀ ରାସ୍ତା କଡ଼ ବିଶ୍ରାମଗାରରେ କଲେ ପ୍ରସବ l ରାତି ତମାମ ଯନ୍ତ୍ରଣା ପରେ ଅଚେତ ଅବସ୍ଥାରେ ମହିଳା ପଡ଼ିରହିଥିବା ବେଳେ ନବଜାତ ଶିଶୁ କୁ କାଉ ଖୁମ୍ପୁଥିବା ଦେଖିବାକୁ ମିଳିଛି l ଅଭାବନୀୟ ଦୃଶ୍ୟ ସ୍ଥାନୀୟ ଲୋକଙ୍କ ନଜରରେ ଆସିବା ପରେ ସ୍ଥାନୀୟ ସମିତିସଭ୍ୟ ପ୍ରତିନିଧି ୧୦୨ ସହାୟତାରେ ମାନସିକ ବିକୃତ ମହିଳା ଓ ନବଜାତ ଶିଶୁ କୁ ଉଦ୍ଧାର କରି ଧରାକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ l