କବିସୂର୍ଯ୍ୟନଗର: ଅବ୍ୟବସ୍ଥା ଘେରରେ ଚିଙ୍ଗୁଡ଼ିଖୋଲ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ
ଚିଙ୍ଗୁଡି ଖୋଲା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅବ୍ୟବସ୍ଥା ଘେରରେ । ସରକାରୀ ଉଚ୍ଚ ବିଦ୍ୟାଳୟ 1917 ମିସିହାରେ ସ୍ଥାପିତ ହୋଇଥିଲା ବେଳେ 1988 ରେ ଏହି ବିଦ୍ୟାଳୟ କୁ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମାନ୍ୟତା ମିଳି ଥିଲା । ଏତେ ବର୍ଷର ବିଦ୍ୟାଳୟ ଅବସ୍ଥା କହିଲେ ନ ସରେ । ଏହି ବିଦ୍ୟାଳୟ ଶିଶୁ ବାଟିକା ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଏଠାରେ ମୋଟ 212 ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବାବେଳେ 9 ଜଣ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ହୋଇଛନ୍ତି। ସରକାର ଙ୍କ ନିୟମ ପ୍ରକାରେ ଶିକ୍ଷକ ଶିକ୍ଷୟତ୍ରୀ ରହିଛନ୍ତି । ଏହି ବିଦ୍ୟାଳୟ ବର୍ତ୍ତମାନ ଅବ୍ୟବସ୍ଥା ଘେରରେ ।