ସୋର: ସାଜନପୁର ପଞ୍ଚାୟତରେ ଶିକ୍ଷକ ନିଯୁକ୍ତିକୁ ନେଇ ବିଦ୍ୟାଳୟ ଫାଟକରେ ତାଲା ପକେଇ ଧାରଣା ଦେଲେ ଅଭିଵାବକ, ଛାତ୍ରଛାତ୍ରୀ, ଗ୍ରାମବାସୀ
ସୋର ବ୍ଳକ ସାଜନପୁର ପଞ୍ଚାୟତ ଉଦୟ ନାରାୟଣ ନୋଡାଲ ଉଚ୍ଚ ବିଦ୍ୟାପୀଠ ଏବଂ କେଶପୁର ୟୁଜିୟୁପି ସ୍କୁଲ ଆଗରେ ଅଭିଭାବକ ଗ୍ରାମବାସୀ ଓ ଛାତ୍ରଛାତ୍ରୀ ମାନେ ଫାଟକରେ ତାଲା ପକାଇ ଧାରଣା ଦେଇଥିଲେ।ସୂଚନା ଅନୁସାରେ ଉଦୟନାରାୟଣ ନୋଡାଲ ଉଚ୍ଚ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଅନିରୋଧ ମହାରଣା ୨୦୨୩ ଏପ୍ରିଲ ମାସରେ ଅବସର ନେଇଥିଲେ।ସେବେଠାରୁ ସେଠାରେ ପ୍ରଧାନ ଶିକ୍ଷକ ପଦବୀ ଫାଙ୍କା ପଡିଛି। ବିଜ୍ଞାନ ଶିକ୍ଷୟିତ୍ରୀ କବିତା ସରେନ ୨୦୨୪ ନଭେମ୍ବରରୁ ଡେପୁଟେସନରେ ଯାଇଥିବାରୁ ବିଦ୍ୟାଳୟରେ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି।ଗ୍ରାମବାସୀ ମାନେ ବାରମ୍ବାର ଜିଲ୍ଲା ଶିକ୍ଷାଧିକାରିଙ୍କୁ ଅବଗତକରିଥିଲେ।