ସୁନ୍ଦରଗଡ ସହର: ମିଶନ ରୋଡ ଜନା ବ୍ୟାଙ୍କ ସମ୍ମୁଖରୁ ଜନା ବ୍ୟାଙ୍କ କର୍ମଚାରୀଙ୍କ ବାଇକ ଚୋରି, ଚୋରି କରି ନେଉଥିବା ଚୋରର CCTV ଫୁଟେଜ ହେଉଛି ଭାଇରାଲ
ଆଜି ନଭେମ୍ୱର 11 ତାରିଖ ମଙ୍ଗଳବାର ପୂର୍ବାହ୍ନ 9 ଟା ଠାରୁ ଭାଇରାଲ ହେବାରେ ଲାଗିଛି ସିସିଟିଭି ଫୁଟେଜ। ତେବେ ଗତକାଲି ଅପରାହ୍ନ 2:58 ରୁ 3:02 ମଧ୍ୟରେ ଚୋର ଏହି କଳା କନା ବୁଲାଇଛି। ସ୍ପଷ୍ଟ ଦିବା ଲୋକରେ ଜନ ଗହଳି ପୂର୍ଣ୍ଣ ରାସ୍ତା ଉପରେ ଏହି କାଣ୍ଡ ଘଟାଇ ଅତି ନିର୍ଭିକ ଭାବେ ଚୋରି କରି ଫେରାର ମାରିଥିବା ସିସିଟିଭି ଫୁଟେଜ ଏବେ ଭାଇ ରାଲ୍ ହେଉଛି। ଅପରପକ୍ଷେ ଏ ନେଇ ବାଇକ ମାଲିକ ତଥା ଜନା ବ୍ୟାଙ୍କ କର୍ମଚାରୀ ଯୁଧିଷ୍ଠିର ବେହେରା ଟାଉନ ଥାନାରେ ଗତ କାଲି ଲିଖିତ ଅଭିଯୋଗ କରିଥିବା ବେଳେ ଆଜି FIR କପି ଗ୍ରହଣ କରିବା ନେଇ ମଧ୍ୟାହ୍ନ 12 ଟାରେ ଥାନାରେ ପହଞ୍ଚିଥିବା ଜଣା ପଡ଼ିଛି। ସେ