ଆସିକା: ସୁନାମ୍ବ ସାହି ପାଖ ଋଷୁକୂଲ୍ୟା ନଦିରେ ବୁଡ଼ି ବୃଦ୍ଧ ମୃତ
Asika, Ganjam | Nov 29, 2025 ଗଞ୍ଜାମ ଜିଲ୍ଲା ଆସିକା ସହାର ସୁନାମ୍ବ ସାହି ପାଖ ଋଷୁକୂଲ୍ୟା ନଦୀରେ ବୁଡ଼ି ଜଣେ ବୃଦ୍ଧ ଙ୍କ ମୃତ୍ୟୁ ହୋଇଛି l ମୃତ ବ୍ୟକ୍ତି ଏ. ରଘୁନାଥ ଆଚାରୀ ଙ୍କ ପୁତ୍ର ଏ. ପ୍ରକାଶ ଆଚାରୀ ହୋଇଥିବା ଜଣାପଡିଛି l ସୂଚନା ଅନୁସାରେ ପ୍ରକାଶ ଋଷୁକୂଲ୍ୟା ନଦୀକୁ ସୌଚ ହେବାକୁ ଯାଇଥିବା ବେଳେ ଅସାବଧାନତା ବଶତଃ ନଦୀରେ ବୁଡ଼ି ଯାଇଥିଲେ l ବହୁ ସମାୟଧରି ସେ ଘରକୁ ନଫେରିବାରୁ ପରିବାର ଲୋକେ ବହୁ ଆଡେ ଖୋଜା ଖୋଜି ପରେ କୌଣସି ସନ୍ଧାନ ନପାଇ ଅଗ୍ନିଶମ ବାହିନୀ କୁ ଖବର ଦେଇଥିଲେ l