ଖଲ୍ଲିକୋଟ୍: ମା' ନାରାୟଣୀ ମନ୍ଦିର ପରିଦର୍ଶନ କଲେ ରାଜ୍ୟ ପଞ୍ଚାୟତ ରାଜ ଏବଂ ପାନୀୟ ଜଳ ବିଭାଗର ସଚିବ ଶ୍ରୀ ଗିରିଶ ଏସ.ଏନ୍
ଗଞ୍ଜାମ ଖୋର୍ଦ୍ଧା ଜିଲ୍ଲା ସୀମାନ୍ତ ରେ ଥିବା ପ୍ରସିଦ୍ଧ ଶକ୍ତିପୀଠ ମା' ନାରାୟଣୀ ମନ୍ଦିର କୁ ଆଜି ରାଜ୍ୟ ପଞ୍ଚାୟତ ରାଜ ଏବଂ ପାନୀୟ ଜଳ ବିଭାଗର ସଚିବ ଓ ଗଞ୍ଜାମ ଜିଲ୍ଲାପାଳ ଅଚାନକ ପରିଦର୍ଶନ କରିଛନ୍ତି । ରାଜ୍ୟ ପଞ୍ଚାୟତ ରାଜ ଏବଂ ପାନୀୟ ଜଳ ବିଭାଗର ସଚିବ ଶ୍ରୀ ଗିରିଶ ଏସ.ଏନ୍, ଗଞ୍ଜାମ ଜିଲ୍ଲାପାଳ ଭି କିର୍ତ୍ତିଭାସନ୍ ଆଜି ଅପରାହ୍ନ ୨ ଟା ସମୟରେ ମା' ନାରାୟଣୀ ମନ୍ଦିର ପରିଦର୍ଶନ କରିଥିଲେ। ପ୍ରଥମେ ମାଆଙ୍କୁ ଦର୍ଶନ କରିବା ସହ ସେଠାରେ ପୂଜାର୍ଚ୍ଚନା କରିଥିଲେ । ପରେ ମନ୍ଦିର ରେ ଚାଲିଥିବା ନିର୍ମାଣ କାର୍ଯ୍ୟ ବୁଲି ଦେଖିଥିଲେ।