ଢେଙ୍କାନାଳ ମାଇକ୍ରୋମିଡିଆ ଆୱାରନେସ୍ ଅନୁଷ୍ଠାନର ୨୬ତମ ପ୍ରତିଷ୍ଠା ଦିବସ ତଥା ରାଜ୍ୟସ୍ତରୀୟ ପ୍ରତିଭା ଚୟନ ଓ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମର ୨୩ବର୍ଷ ପୂର୍ତି ଅବସରରେ କପିଳାସ ମହୋତ୍ସବ ୨୦୨୫ ବୁଧବାର ଦିନ ପବିତ୍ର କାର୍ତିକ ପୂର୍ଣ୍ଣିମା ଅବସରରେ ଉଦ୍ଘାଟିତ ହୋଇଯାଇଛି । ଏହି ଉପଲକ୍ଷେ କପିଳାସର ଶ୍ରୀଶ୍ରୀ ଚନ୍ଦ୍ରଶେଖର ଜୀଉ ଓ ମା’ ପାର୍ବତୀଙ୍କ ନିକଟରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା । ଅତିଥିମାନେ ପ୍ରଥମେ ବାରବାଙ୍କ ସନ୍ତୋଷୀ ମା' ମନ୍ଦିର ନିକଟରେ ପୂଜା କରି ପତାକା ଦେଖାଇବା ପରେ ପର୍ବତାରୋହଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏଥିରେ ଶତାଧିକ ଛାତ୍ରଛାତ୍ରୀ ପ୍ରଥମେ ୧୩